ରିପୋର୍ଟ କାର୍ଡ / ଭୁବନେଶ୍ବର
ଘରୋଇ ବସ୍ ମାଲିକ ସଂଘର ବସ୍ ଧର୍ମଘଟ ନଭେମ୍ବର ୮ ଯାଏଁ ଘୁଞ୍ଚାଇ ଦିଆଯାଇଛି । ୮ ତାରିଖ ଦିନ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପୁଣି ଥରେ, ଲକ୍ଷ୍ମୀ ବସ୍କୁ ବ୍ଲକ୍ରୁ ଜିଲ୍ଲାକୁ ନଚଳାଇବାକୁ ଅନୁରୋଧ କରିଛି ବସ୍ ମାଲିକ ସଂଘ । ଖାଲି ସେତିକି ନୁହେଁ, ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଆରମ୍ଭ ହେବାକୁ ଥିବା ଲକ୍ଷ୍ମୀ ଯୋଜନା ଉପରେ ମଧ୍ୟ ଆପତ୍ତି ଉଠାଇଛି ସଂଘ। ସଂଘ କହିଛି ଯଦି ସେଦିନ ବ୍ଲକରୁ ଜିଲ୍ଲା ବସ ଚାଲିବ ତାହାଲେ ଭାବନୀପାଟଣାରେ ୨୪ ଘଣ୍ଟା ପାଇଁ ବସ ଧର୍ମଘଟ ହେବ। କେବଳ ଭବାନୀପାଟଣା ନୁହେଁ ଆଖଆଖ ୧୦ଟି ଜିଲ୍ଲା ଧର୍ମଘଟରେ ସାମିଲ ହେବ। ଏହା ସହ ବୈଠକରେ ଆହୁରି ଏକ ନିଷ୍ପତ୍ତି ମଧ୍ୟ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ରାଜନୀତିକ ଦଳକୁ ସଭା ସମିତି ପାଇଁ ବସ୍ ଦିଆଯିବ ନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରି ଘରୋଇବସ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଛି ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……