ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି। ଏ ନେଇ ସୂଚନା ଦେଇଛି ଘରୋଇ ବସ୍ ସଂଘ। ପରିବହନ ବିଭାଗ ସହ ଆଲୋଚନା ହେବା ପରେ ଏବଂ ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ବୋଲି ପ୍ରତିଶ୍ରୁତି ମିଳିବା ପରେ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି। ଅଧିକ ତର୍ଜମା ନେଇ ପ୍ରସ୍ତାବରେ ସହମତି ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ମସୁଧା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ରାଜ୍ୟ ବସ୍ ମାଲିକ ସଂଘ ତୀବ୍ର ପ୍ରତିକ୍ରିୟା କରି ଏହାର ପୁନର୍ବିଚାର ନହେଲେ ଏହି ବ୍ୟବସ୍ଥା ଲାଗୁ ହେବା ଦିନ ଠାରୁ ପ୍ରତିବାଦ ସ୍ଵରୂପ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଥିଲା। ତ୍ଵରିତ ପଦକ୍ଷେପ ସ୍ଵରୂପ ଏକ ପ୍ରତିନିଧି ମଣ୍ଡଳି ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରି ସମସ୍ତ ବିଷୟ ଅବଗତ କରିଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ହୋଇ ଏହି ପ୍ରସଙ୍ଗ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ସରକାର ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ନେଇ ମନା କରିବା ପରେ ସଂଘ ଗୁରୁବାର ଧର୍ମଘଟ ଡାକରା ପ୍ରତ୍ୟାହାର କରିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..