Report Card Odisha

| Daily Odia News

୧୫ ରୁ ପୁଣି ବସ ବନ୍ଦ !…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଆହୁରି ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ୧୫ରୁ ଆନ୍ଦୋଳନକୁ ଜୋରଦାର କରିବ ଡ୍ରାଇଭର ସଂଘ । ଆନ୍ଦୋଳନ ଜୋରଦାର ପାଇଁ ଆହ୍ବାନ ଦେଲେ ସଭାପତି । ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ । ଭିଡିଓ ବାର୍ତ୍ତା ଦେଲେ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । କହିଛନ୍ତି, ସରକାର ଡ୍ରାଇଭରଙ୍କୁ ଅଣଦେଖା କରୁଛନ୍ତି । ଏବେ କର ବା ମର ସ୍ଥିତି କହି ଆହ୍ବାନ କଲେ ପ୍ରଶାନ୍ତ ମେଣ୍ଡୁଲି । ମେଣ୍ଡୁଲିଙ୍କୁ ପୋଲିସ ଖୋଜୁଥିବା ବେଳେ ପୁଣି ଆନ୍ଦୋଳନ ଧମକ ଦେଇଛନ୍ତି ମେଣ୍ଡୁଲି । ଡ୍ରାଇଭର ଆନ୍ଦୋଳନକୁ ଲାଗିଛି ଶକ୍ତ ଝଟକା । ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ବାନ୍ଧିଲା ପୋଲିସ । ଡ୍ରାଇଭରମାନେ ଧର୍ମଘଟ ଆଳରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କରୁଛନ୍ତି ଏବଂ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ଏବଂ ଧମକାଉଛନ୍ତି ବୋଲି ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା ମିନିଟ୍ରକ ମାଲିକ ସଂଘ । ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କ ଉଦ୍ଦେଶ୍ୟରେ କୌଣସି ଏକ ଅଜଣା ସ୍ଥାନରୁ ଭିଡିଓ ବାର୍ତ୍ତା ପଠାଇଛନ୍ତି ପ୍ରଶାନ୍ତ । ଯେଉଁ ଭିଡିଓରେ ସେ କୋହଭରା କଣ୍ଠରେ କଥା କହିଛନ୍ତି । ଡ୍ରାଇଭରମାନଙ୍କୁ ଅପିଲ କରିଛନ୍ତି ଯେ ରାସ୍ତାରେ ଯାଉଥିବା କୌଣସି ଗାଡ଼ିକୁ ଅଟକାନ୍ତୁନି । ଗାଡ଼ି ନେଇ ଆସୁଥିବା ଚାଳକମାନଙ୍କୁ ହଇରାଣ କରନ୍ତୁ ନାହିଁ । କାହାକୁ ବିରୋଧ କରି ପୋଲିସ କେସ ଖାଇବା ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । କିନ୍ତୁ ଡ୍ରାଇଭର ସଂଘ ନିଜ ଦାବିରେ ଅଟଳ ଅଛି, ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁ ରଖିବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମା ଗୋଡଦ୍ଭଞ୍ଜା ଗୋଲେଇ ଛକଠାରେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସମର୍ଥନ ଜଣାଇଛି ଛତିଶଗଡ଼ର ଡ୍ରାଇଭର ସଂଘ । ଏହି ଧର୍ମଘଟ ଫଳରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Breaking News