Report Card Odisha

| Daily Odia News

ଆଜି ୬ ରାଜ୍ୟରେ ବିଧାନସଭା ଉପନିର୍ବାଚନ…..

 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୬ ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ୬ଟା ଯାଏଁ ଭୋଟିଂ ଜରି ରହିବ । ବିହାର, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ଉପନିର୍ବାଚନ ହେଉଛି । ଏହି ୬ ରାଜ୍ୟରେ ହେଉଥିବା ଉପନିର୍ବାଚନରେ ବିଜେପି ଓ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ୭ ଆସନ ପାଇଁ ମୈଦାନରେ ରହିଛନ୍ତି ୪୭ଜଣ ପ୍ରାର୍ଥୀ। ଏକା ବେଳେ ବିହାରର ଦୁଇଟି ବିଧାନସଭା ଆସନ ମୋକାମା ଏବଂ ଗୋପାଳଗଞ୍ଜ ଆସନରେ ନିର୍ବାଚନ ହେଉଛି । ସେହିପରି ମହାରାଷ୍ଟ୍ରର ଆନ୍ଧେରି ପୂର୍ବ ଆସନ, ହରିୟାଣାର ଆଡାମପୁର ଆସନ, ତେଲେଙ୍ଗାନାର ମୁନୁଗୋଡୋ ଆସନ, ୟୁପିରେ ଗୋଲା ଗୋକରନାଥ ଏବଂ ଓଡିଶାରେ ଧାମନଗର ଆସନ ପାଇଁ ଉପନିର୍ବାଚନ କରାଯାଉଛି । ସବୁଠି ଭୋଟର ମାନେ ଧାଡ଼ିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡ଼ିକୁ ଚିହ୍ନଟ କରାଯାଇ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସେହିପରି ସମସ୍ତ ସ୍ଥାନରେ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ନିର୍ବାଚନୀ ହିଂସା ଯେପରି ନଘଟେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି |

Breaking News