ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଫିସରୁ ଫାଇଲ ଗାଏବ ହୋଇଯାଇଛି | ଏହି ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ୟୁକୁ ନିର୍ଦ୍ଦେଶ ଦେଲେ ଲୋକୟୁକ୍ତ । ଫେବୃଆରୀ ୨୦୨୩ରେ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଖବର ଅନୁଯାୟୀ, ବିଏମ୍ସିର ଇଞ୍ଜିନୟରିଂ ବିଭାଗରୁ ଏକ ଫାଇଲ୍ ଗାଏବ ହୋଇଥିଲା । ବିଏମସି ଇଂଜିନୟରିଂ ବିଭାଗରେ ଲୋକାଲ ଅଡିଟ୍ ବେଳେ ୨୦୧୧-୧୨ରୁ ୧୬-୧୭ ମଧ୍ୟରେ ୫୩୦ ଫାଇଲରୁ ୧୨୧ଟି ଫାଇଲ ଦାଖଲ ହୋଇଥିଲା । ବାକି ୪୯୦ ଫାଇଲରୁ ୭୪ ଫାଇଲର ପତ୍ତା ପାଇନଥିଲା ଲୋକାଲ ଅଡିଟ । ଯେଉଁଥିରେ ୭୪ କୋଟି ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଆଉ ଏବେ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଖୁବଶୀଘ୍ର ମାନେ ୨୦୨୩ରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….