ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆ ଆୟକର ବିଲ୍କୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ସୋମବାର ଏହାକୁ ଲୋକସଭାରେ ଆଗତ କରାଯିବ। ନୂଆ ବିଲ୍ ଅନୁଯାୟୀ ଆୟକର ନିୟମରେ ବ୍ୟାପକ ପରିବର୍ତ୍ତନ କରାଯିବ। ୧୯୬୧ରୁ ପ୍ରଚଳିତ ଆୟକର ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ନିୟମ ଅତ୍ୟନ୍ତ ଜଟିଳ ହୋଇଥିବାବେଳେ ଏଥିରେ ସଂଶୋଧନ କରାଯାଇ ସରଳ କରାଯିବ। ଲୋକସଭାରେ ବିଧେୟକକୁ ଆଗତ କରାଯିବା ପରେ ଏହା ଉପରେ ସମୀକ୍ଷା ଲାଗି ଷ୍ଟାଣ୍ଡିଂ କମିଟିକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଆୟକର ନିୟମରେ ପରିବର୍ତ୍ତନ କରାଯାଇ କୌଣସି ପ୍ରକାର ନୂଆ ଟିକସ ବ୍ୟବସ୍ଥା କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……