Report Card Odisha

| Daily Odia News

ଆସନ୍ତାକାଲି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ୧୨ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଏକନାଥ ସିନ୍ଦେ ନିଜ କ୍ୟାବିନେଟ ସମ୍ପ୍ରସାରଣ କରିବେ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ନିଜ ମନ୍ତ୍ରୀ ମଣ୍ଡଳ ଗଢି ପାରିନାହିଁ | ଆସନ୍ତାକାଲି ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ନେଇ  ସୂଚନା ମିଳିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଥିବା ବେଳେ ସିନ୍ଦେ ଦଳରୁ ଗୁଲାବ ରଘୁନାଥ ପାଟିଲ, ସାଦା ସରବନକର ଏବଂ ଦୀପକ ବସନ୍ତ କେସରକର ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ସିନ୍ଦେ ନିଜ କ୍ୟାବିନେଟରେ କାହାକୁ ସାମିଲ କରିବେ ସେନେଇ ନିଷ୍ପତ୍ତି ନେଇପାରୁନଥିଲେ | ଏହାକୁନେଇ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ।

Breaking News