ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ଆଉ ମନଇଛା ଖର୍ଚ କରିପାରିବେନି ରାଜ୍ୟ ସରକାର | ଏହା ଉପରେ ଦୃଷ୍ଟି ରଖିବ ସିଏଜି | ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବା ନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ ଅଡିଟ୍ ହେବ । ଏହା ସହ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ସରକାରଙ୍କୁ କେତେ ଲାଭ ଦେଉଛି ଚାଲିବ ତର୍ଜମା । ଏ ସବୁର ଅଟିଡ ସିଏଜି କରିବ ବୋଲି ଗିରିଶଚନ୍ଦ୍ର କହିଛନ୍ତି । ଏହା ସହିତ ଲୋକାଲ ବଡିର ମଧ୍ୟ ଅଡିଟ୍ ହେବ । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦେଉଥିବା ଟଙ୍କାର ଅଡିଟ୍ ହେବ । ରାଜ୍ୟକୁ କେନ୍ଦ୍ର ଦେଉଥିବା ଟଙ୍କା କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ୍ କରିବ ସିଏଜି । ଲୋକାଲ ବଡିର ଅଡିଟ କରୁଥିବା ରାଜ୍ୟକୁ ସିଏଜି ସାହାର୍ଯ୍ୟ କରିବ । ତ୍ରୁଟି ଧରିବା ସହ ସୁଧାର ଲାଗି ସିଏଜି ସୁପାରିସ କରିବ ବୋଲି ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..