Report Card Odisha

| Daily Odia News

ଓବିସି ପ୍ରମାଣପତ୍ରକୁ ରଦ୍ଦ କରିଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଟିଏ ବଡ଼ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ସମସ୍ତ ଅନ୍ୟ ପଛୁଆ ବର୍ଗ ପ୍ରମାଣପତ୍ରକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହାର ଅର୍ଥ ଉକ୍ତ ପ୍ରମାଣପତ୍ର ଦେଖାଇ ଆଉ ଚାକିରି ମିଳିବ ନାହିଁ। କିନ୍ତୁ ଚାକିରି କରି ସାରିଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଓ ଜଷ୍ଟିସ ରାଜଶେଖର ମନଥାଙ୍କ ଡିଭିଜନ ବେଞ୍ଚ ଏପରି ରାୟ ଦେଇଛନ୍ତି। ଓବିସି ପ୍ରମାଣପତ୍ର ଜାରି କରିବା ପାଇଁ ଆପଣା ଯାଇଥିବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଗୋଟିଏ ପିଆଇଏଲ ଦାଖଲ କରାଯାଇଥିଲା। ଏହାର ଶୁଶାଣି କରି ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି

Breaking News