ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଲିଫର୍ଣ୍ଣିଆରେ ଦାଢ଼ିବାଲା ସିଡିସିଆର୍ କର୍ମଚାରୀଙ୍କ ପାଇଁ କଟକଣା ଜାରି ହୋଇଛି। ରାଜ୍ୟର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପକ୍ଷରୁ ନୋଟିସ୍ ଜାରି କରାଯାଇଛି ଯେ ଏହି ବିଭାଗର କୌଣସି ଲୋକ ମୁହଁରେ ଦାଢ଼ି ରଖିପାରିବେ ନାହିଁ। ତାହା ସପକ୍ଷରେ ସେମାନଙ୍କର ଧାର୍ମିକ ବା ମେଡ଼ିକାଲ ସମ୍ବନ୍ଧୀୟ କୌଣସି ବି କାରଣ ଥାଉ ନା କାହିଁକି। ଏହାକୁ ନେଇ ସରକାର ଶିଖ୍ ଓ କୃଷ୍ଣକାୟ ଆମେରିକୀୟଙ୍କ ପରି ସଂଖ୍ୟାଲଘୁ ଧାର୍ମିକ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ନାଗରିକ ଅଧିକାରକୁ ଛିନ୍ନ କରୁଛନ୍ତି ବୋଲି ଅଭିଯୋଗ କରାଯାଉଛି। କାଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ୍ କରେକ୍ସନ୍ସ ଆଣ୍ଡ ରିହାବିଲିଟେସନ (ସିଡିସିଆର୍) ପକ୍ଷରୁ ଗତ ଫେବ୍ରୁଆରି ପହିଲାରେ ଷ୍ଟାଫ୍ ମେମ୍ବରମାନଙ୍କୁ କୁହାଯାଇଥିଲା ଯେ ଧର୍ମ, ସମ୍ପ୍ରଦାୟ ଓ ଡାକ୍ତରୀ କାରଣ ନିର୍ବିଶେଷରେ ସମସ୍ତେ ଦାଢ଼ି କାଟି ଆସିବେ। ବିଭାଗର କୋଭିଡ୍-୧୯ ସୁରକ୍ଷା ପଦକ୍ଷେପ ସ୍ବରୂପ ଏହି ନିୟମ କରାଯାଇଛି ବୋଲି ଜନୈକ ସିଡିସିଆର୍ ଅଧିକାରୀ କହିଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..