ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଲିଫର୍ନିଆ-ନେଭାଡା ସୀମାରେ ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବଜ୍ରପାତରୁ ଟାମାରାକ ଫାୟାର ସୃଷ୍ଟି ହୋଇଥିଲା। ଜୁଲାଇ ୪ରେ ପ୍ରଥମେ କାଲିଫର୍ନିଆର ଆଲ୍ପାଇନ କାଉଣ୍ଟି ଅନ୍ତର୍ଗତ ହମ୍ବୋଲ୍ଡ-ଟୋୟାବେ ଜାତୀୟ ଜଙ୍ଗଲରେ ଏହି ନିଆଁ ଦେଖିବାକୁ ମିଳିଥିଲା। ଏବେ ଏହି ନିଆଁ ୫୮,୪୧୭ ଏକର ଅଞ୍ଚଳକୁ ବ୍ୟାପିଗଲାଣି। ଜାତୀୟ ରାଜପଥ ୩୯୫ର ଉଭୟ ପାର୍ଶ୍ୱକୁ ନିଆଁ ବ୍ୟାପିଥିବାବେଳେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଶୁକ୍ରବାର ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ନିଆଁରେ ୧୦ ବିଲ୍ଡିଂ ଧ୍ୱଂସ ହୋଇଛି। ବାର୍ଷିକ ସାଇକେଲ୍ ରେସ୍ ‘ଡେଥ୍ ରାଇଡ୍’କୁ ବାତିଲ କରାଯାଇଛି। ନିଆଁଲିଭା କାର୍ଯ୍ୟରେ ୧୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗ୍ରୀଷ୍ମ ଲହର ଲାଗି ରହିବା ସହ ବ୍ୟାପକ ଜଙ୍ଗଲ ଅଞ୍ଚଳ ଶୁଖିଲା ହୋଇଥିବାରୁ ନିଆଁ ଏତେ ଶୀଘ୍ର ଲିଭିବା ସମ୍ଭାବନା ନାହିଁ। ଅଗଷ୍ଟ ୩୧ ବେଳକୁ ଏହା ଆୟତ୍ତ ହୋଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..