Report Card Odisha

| Daily Odia News

କାଲିଫର୍ଣ୍ଣିଆରେ ଗୁଳିମାଡ଼, ୧୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର କାଲିଫର୍ଣ୍ଣିଆରେ ମୋଣ୍ଟେରି ପାର୍କ ସହରରେ ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୋଲିସ ଉକ୍ତ ଅଂଚଳକୁ ଘେରାବନ୍ଦୀରେ ରଖିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଜଣେ ଆକ୍ରମଣକାରୀ ଏଥିରେ ସଂପୃକ୍ତ ଏବଂ ସେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି। ପ୍ରାୟ ୨୦ ଜଣଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଆଉ ଜଣେ ଗୁରୁତର ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୋଣ୍ଟେରି ପାର୍କରେ ଚୀନା ନବ ବର୍ଷ ସମାରୋହ ଚାଲିଥିବା ବେଳେ ଆମେରିକା ସମୟ ରାତି ପ୍ରାୟ ୧୦ଟାରେ ଏହି ଗୁଳିକାଣ୍ଡ ହୋଇଥିଲା। ଆକ୍ରମଣକାରୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲା। ଘଟଣାସ୍ଥଳରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗୁଳିକାଣ୍ଡ କରି ଆକ୍ରମଣକାରୀ ଖସିଯାଇଛି। ମୋଣ୍ଟେରି ପାର୍କ ସହର ଲସ୍‌ ଏଂଜେଲ୍ସ ଡାଉନ୍‌ଟାଉନରୁ ମାତ୍ର ୧୧ କିମି ଦୂର। କାର୍ଲିଫର୍ଣ୍ଣିଆରେ ଗତ ସୋମବାର ମଧ୍ୟ ଏକ ଗୁଳିକାଣ୍ଡ ହୋଇଥିଲା ଏବଂ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

Breaking News