ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଟଣୀ ବିକାଶ ନଗରର ମାନସ ଦଳାଇ। ଗୁରୁବାର ବିଳମ୍ବିତ ରାତିରେ ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପଛରେ ନିଶା କାରବାର ଓ ଜମି ଜବରଦଖଲ ଥିବା ନେଇ ସନ୍ଦେହ କରାଯାଉଛି। ମୃତ ମାନସଙ୍କ ନାମରେ ରହିଛି ଅନେକ ମାମଲା। ତେବେ ହତ୍ୟା ପଛରେ କାହାର ରହିଛି ସଂପୃକ୍ତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମୃତଦେହକୁ ପୋଲିସ ଭୁବନେଶ୍ୱର ଏମ୍ସ ପଠାଇ କରି ତଦନ୍ତ କରୁଛି। ଘଟଣାସ୍ଥଳରେ ଜୋନ୍ ୩ ଏସିପି ତାପସ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଆଖପାଖରେ ଥିବା ସିସିଟିଭି ଓ ପରିବାର ଲୋକଙ୍କୁ ନେଇ ତଦନ୍ତ ଜାରି ରଖିଛ। ମାନସଙ୍କୁ କିଏ ଘରୁ ଡାକୁଥିଲା ତାଙ୍କ ସହିତ ଆଉ କିଏ ଥିଲା ସେସବୁ ନେଇ ଏବେ ପୋଲିସ ତଦନ୍ତ ଚଳାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..