Report Card Odisha

| Daily Odia News

ବିମାନ ଦୁର୍ଘଟଣାରେ ୬ ମୃତ, ଜଣେ ଗୁରୁତର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ଯୁ ହୋଇଛି | କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ସୂଚନା ମିଳିଛି। କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍‌ ତାହା କ୍ରାଶ୍‌ କରିଥିଲା। ଫଳରେ ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନି। ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତକାରୀ ଟିମ୍‌ ଗଠିତ ହୋଇଛି। ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

 

Breaking News