ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଷ୍ଟିନ ଟ୍ରୁଡୋ କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ତାଙ୍କ ଉତ୍ତରାଧିକାରୀ ମନୋନୀତ ହେବା ପରେ ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି। ଦୀର୍ଘ ୯ ବର୍ଷ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ବିରୋଧର କରିବା ଏବଂ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦୀୟ କରିଥିଲା । ଖଲିସ୍ତାନ ନେତାଙ୍କ ସହ ତାଙ୍କ ସମ୍ପର୍କକୁ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା। ସେହିପରି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦେଶରେ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ତାଙ୍କ ବିରୋଧରେ ବିଦ୍ରୋହ ବଢ଼ୁଥିବାରୁ ଆଜି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିବା ସୂଚନା ମିଳିଛି। ଏହି ଅବସରରେ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ “ମୁଁ ଦଳର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳ ନୂଆ ନେତାଙ୍କୁ ବାଛିବା ପରେ ମୁଁ ଇସ୍ତଫା ଦେବି। ଆସନ୍ତା ନିର୍ବାଚନରେ ଦେଶ ନିଜ ପସନ୍ଦର ନେତାଙ୍କୁ ବାଛିବ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..