Report Card Odisha

| Daily Odia News

ପୋଲିସ ଭର୍ତ୍ତି ପରୀକ୍ଷା ରଦ୍ଦ,୬ ମାସ ମଧ୍ୟରେ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ପୋଲିସ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ ଘଟଣା ପରେ ସରକାର ପରୀକ୍ଷାକୁ ରଦ୍ଦ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କହିଛନ୍ତି ୬ ମାସ ମଧ୍ୟରେ ଏହି ପରୀକ୍ଷା ପୁଣି ଥରେ କରାଯିବ। ଯୁବବର୍ଗଙ୍କ ପରିଶ୍ରମ ଏବଂ ପରୀକ୍ଷାର ସ୍ବଚ୍ଛତାକୁ ଅଣଦେଖା କରି ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଏହି ମାମଲା ଏବେ ଏସଟିଏଫର କଡ଼ା ନଜରରେ ରହିଛି। ଏହା ସହିତ ସମ୍ପୃକ୍ତି ଥିବା କେତେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ରାଜ୍ୟ ପୋଲିସ ଭର୍ତ୍ତି ବେର୍ଡ ପକ୍ଷରୁ ଆଭ୍ୟନ୍ତରୀଣ ଯାଞ୍ଚ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏଡିଜି ଅଶୋକ କୁମାର ସିଂ କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପୋଲିସ ଭର୍ତ୍ତି ପରୀକ୍ଷା ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ର ଏହି କମିଟି ଗଠନ କରିଛନ୍ତି। ସେ କହିଛନ୍ତି ଯାଞ୍ଚ ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହେବ। କମିଟି ପକ୍ଷରୁ ଇ-ମେଲରେ ଅଭିଯୋଗ ପଠାଇବାକୁ ଆଶାୟୀଙ୍କୁ କୁଯାଇଥିଲା। ପରୀକ୍ଷା ଭର୍ତ୍ତି ବୋର୍ଡ ପାଖକୁ ଇତି ମଧ୍ୟରେ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାୟ ୧୫୦୦ ଆଶାୟୀଙ୍କ ଇ-ମେଲ ଆସିଛି।ଆଭ୍ୟନ୍ତରୀଣ କମିଟି ଯାଞ୍ଚ କରିବେ ପ୍ରକୃତରେ ପେପର ଲିକ ହୋଇଛି କି ନାହିଁ। ପରୀକ୍ଷା ପେପର ଲିକ ହେବା ପରେ ବହୁ ଆଶାୟୀ ପୁନଃ ପରୀକ୍ଷା ପାଇଁ ଦାବି କରିବା ସହିତ ପ୍ରଦର୍ଶନ କରିଥିଲେ।

Breaking News