ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ପରେ ଏବେ ଗୁଜରାଟ ରାଜକୋଟ ବିମାନ ବନ୍ଦରରେ ମଧ୍ୟ ଘଟିଛି ସମାନ ଘଟଣା। ରାଜକୋଟ ବିମାନବନ୍ଦର ଛାତର ଏକ ଅଂଶ ଖସି ପଡ଼ିଥିବା କୁହାଯାଉଛି | ସୂଚନା ମୁତାବକ, ରାଜକୋଟ୍ ବିମାନ ବନ୍ଦରର ଟମ୍ରିନାଲ ବାହାରେ ପିକଅପ୍ ଏବଂ ଡ୍ରପ୍ ଅଞ୍ଚଳରେ ଛାତ ଖସି ପଡିଛି। ପ୍ରବଳ ବର୍ଷା ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା କେହି ମୃତାତହ ହୋଇନଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୦୨୩ରେ ରାଜକୋଟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଥିଲେ। ଏହି ବିମାନବନ୍ଦରକୁ ୧୪୦୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ କରାଯାଇଥିଲା । ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ ରେ ଏଭଳି ଘଟଣା ଘଟିଥିଲା। ଏଠାରେ କେନୋପି ତଥା ଛାତ ଭୁଷୁଣି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୮ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ ଗୁଜରାଟ ଉପରେ ଏକ ସାଇକ୍ଲୋନିକ୍ ସିଷ୍ଟମ ସକ୍ରିୟ ରହିଛି, ଏହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଦକ୍ଷିଣ ଗୁଜରାଟ ପାଇଁ ‘ୟେଲୋ ଓ୍ୱାର୍ଣିଂ’ ଜାରି କରିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..