Report Card Odisha

| Daily Odia News

ରାଜଧାନୀରେ ଆରମ୍ଭ ହେଲା କନ୍‌ଭଏ ପାଟ୍ରୋଲିଂ.…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଆରମ୍ଭ ହୋଇଛି ପୋଲିସ କନ୍‌ଭଏ ପାଟ୍ରୋଲିଂ। ଅପରାଧ ଓ ଅପରାଧୀ ଦମନ ପାଇଁ ନୂଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ସାଇରନ୍ ମାରିବା ସହ କାର୍କେଡ୍ କରି ବୁଲିଛି ପୋଲିସ କନ୍‌ଭଏ ପାଟ୍ରୋଲିଂ ଟିମ୍ । ଉଭୟ ଥାନା କର୍ମଚାରୀ ଏବଂ ପୋଲିସ କନ୍‌ଭଏ ପାଟ୍ରୋଲିଂ ଟିମ୍ କଲେ ରାଜରାସ୍ତା ଓ ଗଳିକନ୍ଦିରେ ପାଟ୍ରୋଲିଂ । କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ୍ ମାଧ୍ୟମରେ ପ୍ରଥମ କରି ନାଇଟ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ରାଜଧାନୀରେ ରାତିରେ ଘଟୁଥିବା ଛୋଟବଡ଼ ଅପରାଧକୁ ରୋକିବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ପୂର୍ବରୁ ପିସିଆର୍ ଏବଂ ଥାନା ପକ୍ଷରୁ ନାଇଟ ପାଟ୍ରୋଲିଂ ହେଉଥିବା ବେଳେ ଭୁବନେଶ୍ଵର ଡିସିପିଙ୍କ ନିର୍ଦ୍ଦେଶରେ ଏଥିର ପୋଲିସ କନ୍‌ଭଏ ପାଟ୍ରୋଲିଂ ଟିମ୍କୁ ନିୟୋଜିତ କରାଯାଇଛି । ଗୁରୁବାର ବଡଗଡ, ଲକ୍ଷ୍ମୀସାଗର, ଖାରବେଳନଗର ଏବଂ ଖଣ୍ଡଗିରି ଥାନା ଅଞ୍ଚଳରେ ପାଟ୍ରୋଲିଂ ହୋଇଥିବା ବେଳେ ଭରତପୁର, ତମାଣ୍ଡ, ଚନ୍ଦକା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳକୁ ଯାଇ ସେଠାକାର ଥାନା କର୍ମଚାରୀଙ୍କ ସହ ମିଶି କରିଛନ୍ତି ମାରାଥନ୍ ପାଟ୍ରୋଲିଂ ।

Breaking News