ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ଭିତିକ ଶିକ୍ଷା ସହ ଦକ୍ଷତା ବିକାଶର ଆବଶ୍ୟକତାକୁ ଉପଲବ୍ଧିକରି ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଏକ ଦ୍ୱିଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଜୋନ୍ର ୨୯ଟି ବିଦ୍ୟାଳୟରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଜୀବ ବିଜ୍ଞାନ ଶିକ୍ଷାଦାନ କରୁଥିବା ୩୭ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଡି.ଏ.ଭି ବାଲେଶ୍ୱରର ଅଧ୍ୟକ୍ଷ ନବକିଶୋର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଡିଏଭି ନିମାପଡାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍.ଏମ୍ ହକ୍ ଓ ଡିଏଭି ଲିଙ୍ଗରାଜ ଏରିଆର୍ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁକ୍ତା ପୃଷ୍ଟି ମୂଲ୍ୟାୟନକାରୀ ରୂପେ ଯୋଗ ଦେଇଥିଲେ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଅନିମେଶ ମହାପାତ୍ର ମାନବ ଶରୀରର ଜିନ୍ ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ । ଏତତ୍ଦ୍ଭିନ୍ନ ପ୍ରଶିକ୍ଷକମାନେ ଜିନ୍ କ୍ଲୋନିଂ, ଇଟିଏସ୍ର ଅବଦାନ, ମାନବ ଜୀବନ ଉପରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଗ ଆଦି ବିଷୟ ବିଭିନ୍ନ କ୍ରିୟାକଳାପ ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରି କର୍ମଶାଳାକୁ ଜୀବନ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..