Report Card Odisha

| Daily Odia News

କ୍ୟାପିଟାଲ ହସପିଟାଲରେ ଗଡିବ ଇ-ଭେକିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୁବଶୀଘ୍ର କ୍ୟାପିଟାଲ ହସପିଟାଲରେ ଇ-ଭେହିକଲର ଶୁଭାରମ୍ଭ କରାଯିବ । କ୍ୟାପିଟାଲ ହସପିଟାଲରେ ମେଡିକାଲ ପୋଷ୍ଟ ଗ୍ରାଜୁଏସନ ପାଇଁ ଖୋଲିବ ୬୦ଟି ସିଟ୍ ବିଶିଷ୍ଟ କଲେଜ । ରୋଗୀ କଲ୍ୟାଣ ସମିତିର ଆନୁଆଲ ଜେନେରାଲ ବଡି ମିଟିଂରେ ନିଆଯାଇଛି ନିଷ୍ପତ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି। ବୈଠକରେ ମହିଳା, ଶିଶୁ ଓ ଅନ୍ୟ ରୋଗୀଙ୍କ ପାଇଁ  ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସହ ,  ମହିଳା ଓ ଶିଶୁ ୱାର୍ଡର ବେଡ ସଂଖ୍ୟା ୨୦୦ କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ପ୍ରତ୍ୟେକ ବେଡରେ ଅକ୍ସିଜେନ ସିଲିଣ୍ଡରର ସୁବିଧା କରାଯିବ । ଲାଇଫ୍ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସର ଶୁଭାରମ୍ଭ ହେବ । ବସିଥିବା ବୈଠକରେ ବିଏମ୍ସି ମେୟର ସୋଲଚାନା ଦାସ , ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବରର ୩ ବିଧାୟକ ଉପସ୍ଥିତ ରଥିଲେ |

Breaking News