ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଞ୍ଚୁକୋଟ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କାର ଏବଂ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ – କାରଟି ୩ ଜଣ ଲୋକଙ୍କୁ ନେଇ ଭୁବନେଶ୍ୱରରୁ ନୟାଗଡକୁ ଯାଉଥିବାବେଳେ ବୋଲଗଡ ପଞ୍ଚୁକୋଟ ଢାବା ନିକଟରେ ଟ୍ରକ ସହିତ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସେମାନଙ୍କ ପରିଚୟ ମିଳିପାରି ନାହିଁ | ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଅରମ୍ଭ କରିଛି । ଅନ୍ୟପକ୍ଷେ କାରର ନମ୍ବର ପ୍ଲେଟରୁ ଏହା ଗୁଜୁରାଟର ହୋଇଥିବା ଜଣା ପଡିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….