ରିପୋର୍ଟ କାର୍ଡ / ପୁରୀ
କୋଣାର୍କ ବାଲିଘାଇ ନିକଟରେ କାର ସହ ମୋ’ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । କାର୍ରେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ପରିଚୟ ମିଳି ପାରିନି। ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ବି ଅଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋ ବସ୍ ପୁରୀରୁ କୋଣାର୍କ ଯାଉଥିଲା। ବସ୍ରେ ସମୁଦାୟ ୭ ଜଣ ଥିଲେ। ଉକ୍ତ ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ଏକ କାର୍ ଆସୁଥିବା ବେଳେ ସେଥିରେ ୫ ଜଣ ଥିଲେ। ଡିଫେନ୍ସ ରୋଡରେ ଉଭୟ ଗାଡ଼ି ମୁହାଁମୁହିଁ ପିଟି ହୋଇଥିଲେ। ଗୁରୁତରମାନଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଚେତା ନ ଫେରିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କାର୍ରେ ଥିବା ମୃତକ ଓ ଗୁରୁତରଙ୍କ ପରିଚୟ ମିଳି ପାରିନି। ତେବେ ବସ୍ ଡ୍ରାଇଭର ଗାଡ଼ିରେ ଚାପି ହୋଇ ରହିଥିବାରୁ ତାଙ୍କୁ ବାହାର କରିବାକରୁ ଅଗ୍ନିଶମ କର୍ମଚାରୀ ଚେଷ୍ଟା କରିଥିଲେ । ଏହାପରେ ବସ୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ କାର୍ର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..