ରିପୋର୍ଟ କାର୍ଡ / ଭୁବନେଶ୍ବର
ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏକ ସ୍କାମର ପ୍ରମାଣ ଚୋରି କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଅଲମୋରାରେ ଥିବା ଏକ କୋର୍ଟରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ନରେଶ କୁମାରଙ୍କ ଅଧିନସ୍ଥ YVVJ ରାଜଶେଖରଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି।ଗତ ମାସ ୨ ତାରିଖରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ Pleasant Valley Foundation ନାମକ ଏନଜିଓ ସଂସ୍ଥା ତରଫରୁ ଅଲମୋରା କୋର୍ଟରେ ହୋଇଥିବା ମାମଲାକୁ କୋର୍ଟ ଗ୍ରହଣ କରିଥିଲେ। ଏଥିସହ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ରେଭିନ୍ୟୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏନଜିଓ ସଂସ୍ଥା Pleasant Valley Foundation ତରଫରୁ ରୁଜୁ ହୋଇଥିବା ଅଭିଯୋଗ ଅନୁଯାୟୀ. ଡାଡାକାଡ଼ା ଜିଲ୍ଲାରେ ସେମାନଙ୍କ ଦ୍ୱାରା ଏକ ସ୍କୁଲ ପରିଚାଳିତ ହେଉଛି। ଗତ ଫେବୃୟାରୀ ୧୪ ତାରିଖରେ ୪ ଜଣ ଅଜଣା ଦୁର୍ବୃତ୍ତ ଉକ୍ତ ସ୍କୁଲରେ ପଶି ଭଙ୍ଗାରୁଜା କରିବା ସହ ସେଠାରୁ ବହୁ ଡକ୍ୟୁମେଣ୍ଟ, ଫାଇଲ,ପେନ୍ ଡ୍ରାଇଭ ଆଦି ଚୋରି କରି ନେଇଥିଲେ। ଏଥିସହ ଅଫିସ ଡ୍ରରେ ଥିବା ୬୩ ହଜାର ଟଙ୍କା ବି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..