Report Card Odisha

| Daily Odia News

କେଭି ସିଂହଦେଓ,ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା…..

ରିପୋର୍ଟ କାର୍ଡ / କଟକ

ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ମାମଲା ଚାଲିବ। ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି।କେଭି ସିଂହଦେଓଙ୍କ ବିରୋଧରେ ପାଟଣାଗଡ଼ ଏବଂ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ନିର୍ବାଚନ ସମ୍ବନ୍ଧୀୟ ଅନିୟମିତତା ମାମଲା ରୁଜୁ ହୋଇଛି। ଉଭୟ ନେତା ଏହି ମାମଲାଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ବିନା ଶୁଣାଣିରେ ଖାରଜ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ ନକରି ଖାରଜ କରିଦେବା ଫଳରେ ଏବେ ଉଭୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ପୂର୍ଣ୍ଣ ଶୁଣାଣି ଚାଲିବ। ସୂଚନାଯୋଗ୍ୟ ଯେ ଲକ୍ଷ୍ମଣ ବାଗ୍ ୨୦୨୪ ନିର୍ବାଚନରେ କଣ୍ଟାବାଞ୍ଜି ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ।

Breaking News