ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ଅପରାହ୍ନ ଗୃହରେ ଖର୍ଚ୍ଚଦାବି ଆଲୋଚନା କାଳରେ କହିଥିଲେ। ସରକାରଙ୍କୁ ଟାର୍ଗେଟ କରି ରଣେନ୍ଦ୍ର କହିଥିଲେ ଯେ, ତମେ ତ କହୁଥିଲ ସବୁ ତାମିଲ ନେଇଗଲେ, ତୁମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହୁଥିଲେ ସିବିଆଇ ତଦନ୍ତ କରାଇବେ। ହେଲେ ଏବେ କାହିଁକି କରୁ ନାହାନ୍ତି। ସେହିପରି ଶ୍ରୀମନ୍ଦିରର ୪ ଦ୍ୱାର ଖୋଲି ଦେଇ ପରେ ପୁଣି ୩ ଦ୍ୱାର ବନ୍ଦ କରିଦେଲ। ତମେ କହିଥିଲ ରତ୍ନଭଣ୍ଡାର ଚାବି ତାମିଲ ଯାଇଛି ବୋଲି, ଏବେ ତମେ ତାକୁ ଧର ବୋଲି କଥା ଛଳରେ ସରକାରକୁ ଆକ୍ଷେପ କରି ରଣେନ୍ଦ୍ର କହିଥିଲେ। ତାମିଲ ନେଇଗଲ ତାମିଲ ନେଇଗଲ ବୋଲି ତମେ ଯେଉଁ ମିଛ କହୁଥିଲ ତାହା ଏବେ ଧରା ପଡ଼ିଛି ବୋଲି ରଣେନ୍ଦ୍ର କହିଥିଲେ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..