ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିବା ଗୋରୁ ମାଫିଆ ପୋଲିସର ପାଲଟା ଜବାବରେ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋରୁ ମାଫିଆ ଜଣଙ୍କ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡ଼ିଛି | ୩ଟି ପିକ୍ଅପ୍ରେ ଗୋରୁ ଚାଲାଣ କରାଯାଉଥିଲା। ହରିଚନ୍ଦନପୁର ଥାନା କୁଲାଢ଼ାବଣୀ ଗାଁ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହା ପରେ ସେମାନେ ପୋଲିସ ଉପରକୁ ଗୁଳି ଚଲାଇଥିଲେ। ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହାର କଡ଼ା ଜବାବ ଦେଇଥିଲା ପୋଲିସ। ପୋଲିସ ଗୋରୁ ମାଫିଆଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥରେ ଜଣେ ଗୋରୁ ମାଫିଆ ଆହତ ହୋଇଛନ୍ତି। ପୋଲିସ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..