Report Card Odisha

| Daily Odia News

କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୩ ଅଧିକାରୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରଣାଳୟର ଡିଜି ଅଫିସରେ ଯୁଗ୍ମ ନିର୍ଦ୍ଦେଶକ ଓ ସିନିୟର ଟେକ୍ନିକାଲ ଆସିସଷ୍ଟାଣ୍ଟ ଭାବେ ନୂଆଦିଲ୍ଲୀରେ ନିଯୁକ୍ତି ପାଇଥିଲେ। ସେହିପରି ମନ୍ତ୍ରଣାଳୟର ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକ ଯିଏ ଏବେ ଚେନ୍ନାଇର କର୍ପୋରେଟ ଭବନରେ ଅଫିସିଆଲ ଲିକ୍ୟୁଡେଟର ଭାବେ କାମ କରୁଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୩ ସରକାରୀ ବାବୁଙ୍କ ବ୍ୟତୀତ ମୁମ୍ବାଇ ଭିତ୍ତିକ ଘରୋଇ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସିବିଆଇ କାବୁ କରିଛି। ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀ ଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ। କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା। ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ।

Breaking News