Report Card Odisha

| Daily Odia News

୩୩ଟି ସ୍ଥାନରେ ସିବିଆଇ ଚଢ଼ାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରରେ ପୋଲିସ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସିବିଆଇ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ୍‌ କରିବା ପରେ ଏଥିରେ ଏକ ବିରାଟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ପରୀକ୍ଷା ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ବେଳେ ଏଥିରେ ୯୭ ହଜାର ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଗତ ଜୁନ୍‌ ୪ ତାରିଖରେ ଏହି ପରୀକ୍ଷା ଫଳ ବାହାରିଥିବା ବେଳେ ୧୨ଶହ ଜଣ ପାସ୍‌ କରିଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ବହୁ ଜଣ ଉକ୍ତ କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ହୋଇଥିବାରୁ ଏହା ପଛରେ ଏକ ସ୍କାମ ଥିବା ଅନ୍ୟ ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟରେ ଅନେକ ବିବାଦ ହେବା ପରେ ଏହି ପରୀକ୍ଷା ଫଳକୁ ବାତିଲ କରାଯାଇ ସିବିଆଇ ଦ୍ୱାରା ମାମଲାର ତଦନ୍ତ କାରଯୁଥିବା ଜଣା ପଡିଛି | ୩୩ଟି ସ୍ଥାନ ମଧ୍ୟରେ ଜମ୍ମୁର ୧୪ଟି, ଶ୍ରୀନଗରର ଗୋଟିଏ, ହରିୟାଣାର ୧୩ଟି ଓ ଗୁଜରାଟର ୧ଟି, ବେଙ୍ଗାଲୁରର ୧ ଓ ଉତ୍ତରପ୍ରଦେଶର ଗୋଟିଏ ଜାଗା ସମେତ ଭିନ୍ନ ଭିନ୍ନ ଜାଗାରେ ରେଡ କରାଯାଇଛି।

Breaking News