ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଅନଲାଇନ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ନେଇ ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ୧୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ୟୁପି, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ହରିୟାଣା ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ, ନଭେମ୍ବର ୧୪ରେ ସିବିଆଇ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ନେଇ ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଥିଲା, ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି। ୨୦୧୯ରେ ସିବିଆଇ ଏହାର ସ୍ୱତନ୍ତ୍ର ଅପରାଧ ଜୋନର ଏକ ଅଂଶ ଭାବରେ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ (ଓସିଏସଏଇ) ପ୍ରତିରୋଧ / ଅନୁସନ୍ଧାନ ୟୁନିଟ୍ ପ୍ରତିଷ୍ଠା କରିଥିଲା। ଏହି ୟୁନିଟ୍ ସହାୟତାରେ, ସିବିଆଇ ୨୦୨୦ରେ ଉତ୍ତରପ୍ରଦେଶର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଜଣକ ଦଶନ୍ଧି ଧରି ପ୍ରାୟ ୫୦ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରିବା ସହ ଅଶ୍ଲୀଳ ଭିଡିଓ ଅନ୍ୟକୁ ବିକ୍ରି କରୁଥିଲେ। ଏ ବିଷୟରେ ଜାଣିବା ପରେ ଓସିଏସଏଇ ପ୍ରତିରୋଧ ୟୁନିଟ୍ ଅଭିଯୁକ୍ତକୁ କାବୁ କରିଥିଲା। ଏହି ମାମଲାରେ ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ଠିକଣାରେ ଏହି ଯାଞ୍ଚ କରାଯାଉଛି । ଭଦ୍ରକ ଏବଂ ଯାଜପୁରରେ ସିବିଆଇ ରେଡ୍ ହୋଇଥିବା ସୂଚନା । ସିବିଆଇ ଏତଲାରେ ଥିବା ୨ ଜଣଙ୍କ ଘରେ ଏହି ରେଡ୍ ପଡ଼ିଛି । ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଭଦ୍ରକ ଆରପଡ଼ାରରେ ମନୋରଂଜନ ଦାସଙ୍କ ଘର ରେଡ୍ କରାଯାଇଛି ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..