ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲକରିଛି । ତେଜସ୍ୱୀ ଯାଦବ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯାହାକୁ ନେଇ ଏଠାରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ରାଉଜ୍ ଏଭନ୍ୟୁ କୋର୍ଟରେ ସିବିଆଇ ଏହି ୩ ଜଣଙ୍କ ନାମରେ ସାର୍ଜସିଟ୍ ଦାଖଲ କରିଛି। ତେବେ ଏହା ଉପରେ କୋର୍ଟରେ କୌଣସି ଶୁଣାଣି ହୋଇନି। ମାତ୍ର ଏହି ମାମଲା ଆସନ୍ତା ୧୨ ତାରିଖରେ ଶୁଣାଣି ହେବାକୁ ସମୟ ଧାର୍ଯ୍ୟ ହୋଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..