ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିବ। ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ପ୍ରତ୍ୟାଖାନ କରି ସୁପ୍ରିମକୋର୍ଟ କହିଛନ୍ତି, ଆମେ ଏହାକୁ ସ୍ପର୍ଶ କରିବୁ ନାହିଁ। ମହାରାଷ୍ଟ୍ର ସରକାରଙ୍କ ପାଇଁ ଅଦାଲତଙ୍କ ଏହି ନିଷ୍ପତ୍ତି ଶକ୍ତ ଧକ୍କା। ମହାରାଷ୍ଟ୍ର ସରକାର ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇର ଦୁର୍ନୀତି ନିବାରଣ ତଦନ୍ତକୁ କୋର୍ଟ ତଦାରଖ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି)କୁ ହସ୍ତାନ୍ତର କରିବାକୁ ଆବେଦନ କରିଥିଲେ। ମହାରାଷ୍ଟ୍ରର ପୂର୍ବତନ ପୋଲିସ ମୁଖ୍ୟ ସୁବୋଧ କୁମାର ଜୟସ୍ବାଲ ବର୍ତ୍ତମାନ ଅନୁସନ୍ଧାନକାରୀ ସଂସ୍ଥାର ମୁଖ୍ୟ ହୋଇଥିବାରୁ ସିବିଆଇର ତଦନ୍ତ ପକ୍ଷପାତ ହୋଇପାରେ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ପୋଲିସ ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ଉପରେ ଏନ୍ସିପି ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚାଲିଛି। ସୁବୋଧ ଜୟସ୍ବାଲ ପୋଲିସ ପ୍ରତିଷ୍ଠା ବୋର୍ଡର ଅଂଶବିଶେଷ ଥିଲେ ଏବଂ ଟ୍ରାନ୍ସଫର ଓ ପୋଷ୍ଟିଂର ତଦାରଖ କରୁଥିଲେ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି, ଜୟସ୍ବାଲ ଜଣେ ସାକ୍ଷୀ ହେବା ଉଚିତ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……