Report Card Odisha

| Daily Odia News

ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ରେଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ସିବିଆଇ ତାଙ୍କ ଘରେ ଆଜି ଚଢ଼ାଉ କରିଥିବା ଜଣାପଡିଛି । ମହୁଆଙ୍କ କୋଲକାତା ସ୍ଥିତ ଘର ସମେତ ଅନେକ ଠିକଣା ଉପରେ ଏକକାଳୀନ ରେଡ୍‌ କରିଛି ସିବିଆଇ। ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଲଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସିବିଆଇ ଗୁରୁବାର ଦିନ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଆଜି ତାଙ୍କର ଘର ସମେତ ଅନେକ ଠିକଣା ଉପରେ ରେଡ୍‌ କରିଛି। ବଜେପି ସାଂସଦ ନୀଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ଆଣିଥିଲେ। ଯାଏହାପରେ ସିବିଆଇ ଏହାର ଯାଞ୍ଚ କରିଥିଲା।

Breaking News