ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳବାଇ ନିଯୁକ୍ତି କେନ୍ଦ୍ରର ସାଧାରଣ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ-ସିବିଆଇ ପ୍ରାୟ ବାରଟି ସ୍ଥାନରେ ଚଢ଼ାଉ କରିଛି। ଗୁଜୁରାଟର ସୁରଟ, ଆମ୍ରେଲି, ନାବସାରୀ, ମହାରାଷ୍ଟ୍ରର ମୁମ୍ବାଇ ଏବଂ ବିହାରର ବକ୍ସରରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ପଶ୍ଚିମ ରେଳବାଇର ଅଭିଯୋଗ ପରେ, କିଛି ରେଳ ଅଧିକାରୀ ଏବଂ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, କିଛି ପ୍ରାର୍ଥୀ ହ୍ୱାଟ୍ସ ଆପ୍ ମେସେଜ୍ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଦାନ କରିଥିଲେ ଏବଂ କିଛି ପ୍ରାର୍ଥୀଙ୍କୁ ସାମୁହିକ ମାଧ୍ୟମରେ ପ୍ରଶ୍ନପତ୍ର ଦେଖାଯାଇଥିଲା।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..