Report Card Odisha

| Daily Odia News

ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ ଜାରିକରିଛି | ଇଡି ତରଫରୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଛି । ଜମି ବଦଳରେ ଚାକିରି ମାମଲାରେ ଗତମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ ସିବିଆଇ କରିଥିଲା। ହେଲେ ସେ ହାଜର ନ ହେବାରୁ ପୁଣି ଥରେ ସିବିଆଇ ସମନ ଜାରି କରିଛି। ଅନ୍ୟପକ୍ଷରେ ଶୁକ୍ରବାର ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ଚଢ଼ଉ କରାଯାଇଛି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି । ସୂଚନଥାଉ କି ଏହି ମାମଲାରେ ସୋମବାର ସିବିଆଇର କେତେକ ଅଧିକାରୀ ତେଜସ୍ବୀଙ୍କ ମା’ ରାବ୍ରୀ ଦେବୀ ଓ ବାପା ଲାଲୁପ୍ରସାଦ ଯାଦବଙ୍କୁ ପଚରାଉଚରା କରିଥିଲେ। ଶୁକ୍ରବାର ତେଜସ୍ବୀଙ୍କ ଘର ବ୍ୟତୀତ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଦିଲ୍ଲୀସ୍ଥିତ ଘର ଓ ପୂର୍ବତନ ବିଧାୟକ ଅବୁ ଡୋଜାନାଙ୍କ ବିହାରସ୍ଥିତ ଘର ଉପରେ ଚଢ଼ଉ କରାଯଇଥିବା ଜଣାପଡ଼ିଛି। ମିିଳିଥିବା ସୂଚନାନୁଯାୟୀ ଦିଲ୍ଲୀ, ଏନ୍‌ସିଆର ଓ ବିହାରର ୧୫ରୁ ଅଧିକ ସ୍ଥାନରେ ଚଢ଼ଉ ହୋଇଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସନ୍ଦିଗ୍ଧଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି। ଅନ୍ୟପକ୍ଷରେ ଏପରି ଚଢ଼ଉ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ ତେଜସ୍ବୀ କହିଛନ୍ତି। ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ କେନ୍ଦ୍ର ସରକାର ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ଅନ୍ୟଜଣେ ଝିଅ ରୋହିଣୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସିବିଆଇ ତରଫରୁ ଲାଲୁ ଯାଦବ, ରାବ୍‌ଡି ଦେବୀଙ୍କ ବ୍ୟତୀତ ଅନ୍ୟ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୧୫ରେ ହାଜର ହେବାକୁ ସମନ ଜାରି କରାଯାଇଛି।

Breaking News