Report Card Odisha

| Daily Odia News

୨୦ଟି ସ୍କୁଲର ମାନ୍ୟତା ରଦ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୦ଟି ସ୍କୁଲଗୁଡିକର ମାନ୍ୟତା ରଦ୍ଦ କରିଛି । ଅଚାନକ ଚଢାଉ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବୋର୍ଡ। ଚଢାଉ ସମୟରେ ଅନେକ ବିଦ୍ୟାଳୟରେ ଡମି (ନକଲି) ଛାତ୍ରଛାତ୍ରୀଙ୍କ ନାମଲେଖା ଯାଇଥିବା ଜଣାପଡିଛି। ସେହିପରି ଅଯୋଗ୍ୟ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ଏବଂ ରେକର୍ଡଗୁଡିକ ସଠିକ୍ ଭାବରେ ପରିଚାଳିତ ହେଉ ନଥିଲା। ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ବୋର୍ଡ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିବା ସହ ତିନୋଟି ବିଦ୍ୟାଳୟକୁ ଡାଉନଗ୍ରେଡ୍ କରିଛି। ବୋର୍ଡ ଏହି ବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି। ଏଥିରେ ଦିଲ୍ଲୀର ପାଞ୍ଚଟି ବିଦ୍ୟାଳୟର ମାନ୍ୟତା ବାତିଲ ହୋଇଥିବା ବେଳେ ଗୋଟିଏ ବିଦ୍ୟାଳୟକୁ ଡାଉନଗ୍ରେଡ୍ କରାଯାଇଛି। ଏଥିସହିତ ଛତିଶଗଡ, ଆସାମ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ କେରଳର କିଛି ବିଦ୍ୟାଳୟ ରହିଛି। ଓଡ଼ିଶାରେ ସେପରି କୌଣସି ବିଦ୍ୟାଳୟର ମାନ୍ୟତା ରଦ୍ଦ ହୋଇନାହିଁ।

Breaking News