Report Card Odisha

| Daily Odia News

ଆଜି ସିବିଏସଇ ରେଜଲ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ | ଦ୍ବାଦଶ ଫଳ ପୂର୍ବାହ୍ନ ସାଢେ ୯ଟାରେ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ଣ ୨ଟାରେ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀ ୱେବସାଇଟ (www.cbse.gov.in/ cbseresults.nic.in/results.cbse.nic.in/ digilocker.gov.in)କୁ ଲଗଇନ କରି ପରୀକ୍ଷା ଫଳ ଦେଖିପାରିବେ। ରୋଲ ନମ୍ବର, ବିଦ୍ୟାଳୟ କୋଡ ଏବଂ ଜନ୍ମ ତାରିଖ ଲେଖି ଫଳ ଜାଣିପାରିବେ ବିଦ୍ୟାର୍ଥୀ। ଚଳିତ ବର୍ଷ ଦେଶରେ ପ୍ରାୟ ୧୪ ଲକ୍ଷ ୫୪ ହଜାର ୩୭୦ ବିଦ୍ୟାର୍ଥୀ ଦ୍ବାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ରାଜ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ଜଣାପଡିଛି। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଦେଶରୁ ପ୍ରାୟ ୨୧ ଲକ୍ଷ ୧୬ ହଜାର ୨୯୦ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ଏବଂ ଓଡ଼ିଶାରୁ ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।

Breaking News