Report Card Odisha

| Daily Odia News

ସିବିଏସଇ ଦଶମ-ଦ୍ଵାଦଶ ଟର୍ମ-୧ ପରୀକ୍ଷା ସୂଚୀ ଘୋଷଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷାର ସୂଚୀ ଘୋଷଣା କରିଛି। ସୂଚୀ ଅନୁଯାୟୀ, ଦଶମ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ଵାଦଶ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ଡେଟ୍ ସିଟ୍ ଛାତ୍ର-ଛାତ୍ରୀ ସିବିଏସଇର ଅଧିକାରୀକ ଓ୍ଵେବସାଇଟ୍‌ www.cbse.gov.in ରେ ଯାଇ ଡାଉନଲୋଡ୍ କରି ପାରିବେ। ଦ୍ଵାଦଶ ଶ୍ରେଣୀର ୧୯ ମୁଖ୍ୟ ବିଷୟ ଏବଂ ଦଶମରେ ସାତ ମୁଖ୍ୟ ବିଷୟ ଉପରେ ପରୀକ୍ଷା ହେବ।
ସିବିଏସଇ ଟର୍ମ-୧ ପରୀକ୍ଷାରେ କୌଣସି ଛାତ୍ର-ଛାତ୍ରୀ ଫେଲ୍ ହେବେ ନାହିଁ। ବିଦ୍ୟାର୍ଥୀଙ୍କୁ ଟର୍ମ-୧ରେ କମ୍ ନମ୍ବର ଆସିଲେ ନା କମ୍ପାର୍ଟମେଣ୍ଟ ଦେବାକୁ ପଡିବ ନା ଟର୍ମ-୧ ପରୀକ୍ଷା ପୁନର୍ବାର ଦେବାକୁ ପଡିବ।

ସିବିଏସଇ ବୋର୍ଡ ପରୀକ୍ଷାରେ -୯୦ ମିନିଟ୍‌ର ହେବ ପରୀକ୍ଷା। ୫୦ ପ୍ରତିଶତ ପ୍ରଶ୍ନ ସିଲାବସରୁ ଆସିବ। ପରୀକ୍ଷା ୧୧ଟା ୩୦ରୁ ଆରମ୍ଭ ହେବ। ସ୍କୁଲ ୧୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନ ପଢିବାକୁ ୨୦ ମିନିଟ୍‌ର ସମୟ ମିଳିବ। ଟର୍ମ-୧ ପରୀକ୍ଷା ବିଷୟବସ୍ତୁ ଉପରେ ଆଧାରିତ ହେବ। ଟର୍ମ-୧ ଓ ଟର୍ମ-୨ର ପ୍ରାକ୍ଟିକାଲ ଅଲଗା ଅଲଗା ହେବ। ପରୀକ୍ଷା ପରେ ବିଦ୍ୟାର୍ଥୀଙ୍କୁ ବୋର୍ଡ ଦ୍ଵାରା ନିଜର ମାର୍କ ଜଣାଇ ଦିଆଯିବ। ଟର୍ମ-୨ର ପରୀକ୍ଷା ମାର୍ଚ୍ଚରୁ ଏପ୍ରିଲ ପର୍ଯ୍ୟନ୍ତ କରାଯିବ।

 

Breaking News