ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ସିବିଏସ୍ଇ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ରରେ ପଡ଼ିଥିବା ଏକ କମ୍ପ୍ରହେନ୍ସନ ପ୍ୟାସେଜ୍ ଏବଂ ଏହା ସହିତ ଜଡ଼ିତ ପ୍ରଶ୍ନକୁ ହଟାଇ ଦେଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପୁରା ମାର୍କ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବୋର୍ଡ । ଏହି ପ୍ୟାସେଜ୍ ବା ଅନୁଛେଦକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ତୀବ୍ର ବିରୋଧ କରାଯାଇଥିଲା । ପରେ ବୋର୍ଡ ଏନେଇ ସ୍ପଷ୍ଟ କରିଛି ଯେ ଏହି ଅନୁଛେଦ ବୋର୍ଡର ଗାଇଡ୍ଲାଇନ୍ ଅନୁରୂପ ହୋଇନାହିଁ । ତେଣୁ ଏହାକୁ ପ୍ରଶ୍ନପତ୍ରରୁ ହଟାଇ ଦିଆଯାଇଛି । କିନ୍ତୁ ଏଥିପାଇଁ ଥିବା ସମ୍ପୂର୍ଣ୍ଣ ମାର୍କ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ । ସିବିଏସ୍ଇ ବିଜ୍ଞପ୍ତି ଜାରି କରି କହିଛି ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଇଂରାଜୀ ଭାଷା ଏବଂ ସାହିତ୍ୟ ପ୍ରଶ୍ନପତ୍ରର ଏକ ସେଟ୍ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ହୋଇନାହିଁ । ଏହା ଉପରେ ଗ୍ରହଣ କରାଯାଇଥିବା ମତାମତକୁ ଆଧାର କରି ବୋର୍ଡ ବିଷୟର ବିଶେଷଜ୍ଞଙ୍କ ନିକଟକୁ ସମୀକ୍ଷା ପାଇଁ ପଠାଇଲା । ସେମାନଙ୍କ ସୁପାରିଶକୁ ଭିତ୍ତି କରି ଅନୁଛେଦ ନମ୍ବର ୧ ଏବଂ ଏହାର ସମ୍ବନ୍ଧୀୟ ପ୍ରଶ୍ନକୁ ପ୍ରଶ୍ନପତ୍ରରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରତିବଦଳରେ ଛାତ୍ରମାନଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ନୂଆରୂପରେ ଲୋକସେବା ଭବନ, ବିଧାନସଭା…..