ରିପୋର୍ଟ କାର୍ଡ / ଭୁବନେଶ୍ଵର
ଶିକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ଅନେକ ପଦକ୍ଷପ ନିଆଯାଉଛି । ଏହା ସହିତ ସବୁ ବିଦ୍ୟାଳୟରେ ଶିକ୍ଷା ସହିତ ସୁରକ୍ଷାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି । ସେଥିପାଇଁ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ସିସିଟିଭି କ୍ୟାମରୋ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହାକୁ ନେଇ ଆଗରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିବା ସତ୍ତେ୍ୱ ଏହା କାର୍ଯ୍ୟକାରୀ ହୋଇ ପାରି ନଥିଲା | କିନ୍ତୁ ଚଳିତ ଥର ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ସମସ୍ତ ଖର୍ଚ୍ଚ ଶିକ୍ଷା ଯୋଜନାରୁ କରାଯିବ ବୋଲି କୁହାଯାଇଛି । ଆସନ୍ତା ୨ ମାସ ଭିତରେ ଏହାକୁ କାର୍ଯ୍ୟକାରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଭଳି ଘରୋଇ ସ୍କୁଲରେ ଏହା ସବୁ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଛି ଠିକ ସେହିପରି ସରକାରୀ ସ୍କୁଲରେ ମଧ୍ୟ ଏହି ଢ଼ାଞ୍ଚାକୁ ଅନୁକରଣ କରାଯିବ । ପ୍ରତି ସ୍କୁଲରେ ମୂଖ୍ୟ ଫାଟକ ସାମ୍ନାରେ ସିସିଟିଭି ଲଗାଯିବ । ଏହା ଦ୍ୱାର କେଉଁ ପିଲା ବିଦ୍ୟାଳୟକୁ ଆସିଲା କିଏ ଅନୁପସ୍ଥିତ ରହିଲା ଏହା ଜଣା ପଡିବ । ରାଜ୍ୟରେ ମୋଟ୍ ୬୭ହଜାର ୮୭୨ଟି ସ୍କୁଲ ରହିଛି। ସେଥୁରୁ ୨୧୯୩ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ କକ୍ଷ ପୂବା ବେଳେ ୧୭ହଜାର ୭୨୩ଟି ସ୍କୁଲରେ ୨ଟି, ୯ହଜାର ୮୩ଟି ସ୍କୁଲରେ ୩ଟି, ୬ହଜାର ୫୯୦ଟି ସ୍କୁଲରେ ୪ଟି ଲେଖାଏଁ ଶ୍ରେଣୀ କକ୍ଷ ରହିଛି । ତେବେ ଏହି ସ୍କୁଲ ଗୁଡିକରେଗୋଟିଏ ଲେଖାଏଁ ସିସି କ୍ୟାମେରା ବ୍ୟବସ୍ଥା ରହିବ । ସେହିପରି ଯେଉଁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିଏ ଲେଖଏଁ ସିସି କ୍ୟାମେରା ଲଗାଇବାକୁ ନିମ୍ନଲି ହୋଇଛି । ପ୍ରଥମରୁ ଅଷ୍ଟମ ଏବଂ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ଟି ଲେଖାଏଁ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରା ରେକର୍ଡିଂ ସ୍କୁଲ ପ୍ରଧାନଶିକ୍ଷକ ବୃକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଫଳରେ ରାଜ୍ୟର ସବୁ ସ୍କୁଲର ଦୈନିକ ରେକର୍ଡିଂ ବିଭାଗ ପଖରେ ରହିବ । ଅବଶ୍ୟକ ସମୟରେ ସେସବୁ ଯାଞ୍ଚ କରାଯିବ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..