ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଥିବା ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ବାୟୁସେନାର MI-17 V 5 ହେଲିକପ୍ଟର ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖମ ଅଧିକାରୀଙ୍କ ସହିତ ରାୱତ ପତ୍ନୀ ମଧ୍ୟ ଯାଉଥିଲେ । ପ୍ରାରମ୍ଭିକ ଭାବରେ ଉଦ୍ଧାର କାର୍ଯ୍ୟ ସମୟରେ ରାୱତଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ୍ ଏୟାର ବେସରେ ଭର୍ତ୍ତି କରାଯାଇଥିଲା । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କେଉଁ ପରିସ୍ଥିରେ ଏଭଳି ଦୁର୍ଘଟଣା ଘଟିଲା ,ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାୟୁସେନା ବିମାନ ଦୁର୍ଘଟଣାକୁ ନେଇ ସମୀକ୍ଷା କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହୋଇଛି। ଦୁର୍ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ ରାଜନାଥ କରିଛନ୍ତି।






More Stories
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..