ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି | ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ କ୍ରାସ ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଙ୍କର ମୃତ୍ୟୁ ଘଟିଛି | ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାବତଙ୍କ ଦେହାନ୍ତ ହୋଇଛି। ଦେଶର ଏହି ବୀର ଯବାନଙ୍କ ବିୟୋଗ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତିନି ସେନାକୁ ଏକୀକୃତ କରି ନୂଆ ଚ୍ୟାଲେଂଜ ସାମ୍ନା କରିବାପାଇଁ ଭାରତ ସରକାର ପ୍ରଥମ କରି ଏହି ନୂଆ ପଦବି ସୃଷ୍ଟି କରିଥିଲେ। ସୂଚନା ଥାଉ କି – ବୁଧବାର ୱିଲିଂଟନଠାରେ ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ବାୟୁସେନାର ସବୁଠାରୁ ସୁରକ୍ଷିତ ଓ ବିଶ୍ବସନୀୟ ଚପ୍ପର କୁହାଯାଉଥିବା ଏମଆଇ-ସିରିଜ୍ ହେଲିକପ୍ଟରରେ ଯାଉଥିବା ବେଳେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।
ଦିନକ ପୂର୍ବରୁ ଚୀନକୁ ଟାର୍ଗେଟ କରିଥିଲେ ସିଡିଏସ
ଏକ ନୂଆ ପ୍ରକାର ଯୁଦ୍ଧନୀତି ଆରମ୍ଭ ହେବାକୁ ଯାଉଛି । ଜୈବିକ ଯୁଦ୍ଧ ନୀତି । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଯେପରିକି ଆମ ଦେଶ ଏହାଦ୍ୱାରା ବ୍ୟାପୁଥିବା ଭାଇରସ ଓ ରୋଗର କବଳରେ ଆସିବ ନାହିଁ । ଦେହାନ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଜେନେରାଲ ବିପିନ ରାଓ୍ୱତ ଦକ୍ଷିଣ ଏସିଆର ୫ ପ୍ରମୁଖ ଦେଶ ସମୁହ ବିମଷ୍ଟେକ୍ ବୈଠକରେ ଏହି ବୟାନ ଦେଇଥିଲେ |






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..