ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି କି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ରୁ ୪୮ ଘଣ୍ଟାର ଅସ୍ଥାୟୀ ଯୁଦ୍ଧବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା ସହ ଶାନ୍ତି ଫେରାଇ ଆଣିବା ଏହି ଯୁଦ୍ଧବିରାମର ଉଦ୍ଦେଶ୍ୟ ବୋଲି ପାକିସ୍ତାନ ସୂଚନା ଦେଇଛି।ଗତ ସପ୍ତାହରୁ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ବୁଧବାର ଉଭୟ ପକ୍ଷର ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ସେନା କନ୍ଧାର ପ୍ରାନ୍ତ ସ୍ପିନ୍ ବୋଲ୍ଡକ ଜିଲାରେ ଗୁଳି ବର୍ଷାଇବା ଫଳରେ ଆଫଗାନ ନାଗରିଖ ଓ ସୈନିକଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ମଧ୍ୟ ୧୨ରୁ ଅଧିକ ପାକ୍ ନାଗରିକ ଓ ସୈନିକ ମାରିଥିବା ସୂଚନା ଦେଇଛି। ସୂଚନା ଅନୁସାରେ ଆଫଗାନିସ୍ତାନ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ୍ ଜବତ କରିଛି।ଜନ୍ମଦିନ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..