Report Card Odisha

| Daily Odia News

ହଟିଲା କୋଡ ଅଫ କଣ୍ଡକ୍ଟ , ଇଭିଏମକୁ କେହି ଗାଳି ଦେଉନାହାନ୍ତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ଫଳାଫଳ ଏମିତି ଯେ ଏଥର ସମସ୍ତଙ୍କ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ନିର୍ବାଚନ ଆୟୋଗ ସବୁଠାରୁ ଖୁସି ଥିବା ଜଣାପଡିଛି । ମତଦାନ ସମୟରେ କମିସନଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ଇଭିଏମ୍ ଉପରକୁ ଆଙ୍ଗୁଠି ଉଠାଯାଇଥିଲା। କିନ୍ତୁ ଫଳାଫଳ ଆସିବା ପରଠାରୁ କୌଣସି ଦଳ ଏ ନେଇ ମୁହଁ ଖୋଲିନାହାନ୍ତି। କେହି ଇଭିଏମ କଥା କହୁନାହାନ୍ତି । ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟ ଏହି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଇଭିଏମ୍ ନିଜପ୍ରତି ଦୁର୍ବ୍ୟବହାର ରେ ଅଭ୍ୟସ୍ତ ହୋଇଗଲାଣି, କିନ୍ତୁ ପ୍ରତ୍ୟେକ ସୁଖ ଦୁଃଖରେ ଏହା ନିରପେକ୍ଷ ରହିଥାଏ। ଏଣୁ ଏଥର ଇଭିଏମ୍ ଖୁସି ଅଛି | ସୂଚନାଯୋଗ୍ୟ ଯେ ଆଜିଠାରୁ ନିର୍ବାଚନ ପାଇଁ ଲାଗୁ ମଡେଲ କୋଡ ଅଫ କଣ୍ଡକ୍ଟ ବା ଆଦର୍ଶ ଆଚରଣ ବିଧିକୁ ଉଠାଇଦିଆଯାଇଛି । ଗତ ୨୦-୨୨ ବର୍ଷ ଧରି ଇଭିଏମ୍ ସଠିକ୍ ଫଳାଫଳ ଦେଖାଉଛି। ସେ ଅତ୍ୟନ୍ତ ନିର୍ଭରଶୀଳ। ସେ ସବୁ ଦୃଷ୍ଟିରୁ ନିରପେକ୍ଷ ହୋଇ ନିଜ କାମ କରୁଛନ୍ତି। ସେ ସମସ୍ତ ଭୋଟର ଓ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକୃତ ବିଜୟ ହେଉଛି ଗଣତନ୍ତ୍ରର। ଯଦି ଆମେ ବିଶ୍ୱ ରେକର୍ଡ ସୃଷ୍ଟି କରି ଏତେ ବଡ଼ ଦେଶରେ ନିର୍ବାଚନ କରିବାରେ ସକ୍ଷମ ହୋଇପାରିବା, ତେବେ ଏହା ଗଣତନ୍ତ୍ର ଉପରେ ବିଶ୍ୱାସ ବଜାୟ ରଖିବ। ଜମ୍ମୁ-କଶ୍ମୀରରେ ନିର୍ବାଚନ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣାରେ ସବୁଠି ଠିକ୍ ସମୟରେ ନିର୍ବାଚନ ହେବ। ଜମ୍ମୁ-କଶ୍ମୀରରେ ମଧ୍ୟ କମିଶନଙ୍କ ପ୍ରସ୍ତୁତି କ୍ରମାଗତ ଭାବେ ଜାରି ରହିଛି।

Breaking News