ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୯୧୧. କୋଟି ଟଙ୍କା ମଂଜୁର କରିଛି। ଆନ୍ଧ୍ର ସରକାରଙ୍କ ପ୍ରତିନିଧି ମଣ୍ଡଳ ନିକଟରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧିତ ଅର୍ଥ ରାଶି ପ୍ରଦାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଚାରବିମର୍ଶ କରିବା ପରେ ଉପରୋକ୍ତ ଅର୍ଥ ରାଶି ମଂଜୁର ହୋଇଛି। ମଂଜୁର ପାଣ୍ଠିକୁ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ ଓ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ କାର୍ଯ୍ୟରେ ବିନିଯୋଗ କରିବ। ଏହି ରାଶି ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ପୋଲାଭରମ ପ୍ରକଳ୍ପ କାମକୁ ଶୀଘ୍ର ଶେଷ କରିବା ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି। ଅନ୍ୟ ପକ୍ଷରେ ଏହି ପ୍ରକଳ୍ପକୁ ନେଇ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଆପତ୍ତି ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରିନାହିଁ ଓ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବର୍ତ୍ତମାନ ସୁଦ୍ଧା ବସିପାରି ନାହିଁ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……