Report Card Odisha

| Daily Odia News

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ…..

ରିପୋର୍ଟ କାର୍ଡ / ରାଞ୍ଚି

ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଭୟାବହତା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଅଳ୍ପକେ ଟଳିଛି ଆଉ ଏକ ରେଳ ଦୁର୍ଘଟଣା। ଝାଡ଼ଖଣ୍ଡର ବୋକାରୋ ଜିଲ୍ଲର ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ(ଟ୍ରେନ୍‌ ସଂଖ୍ୟା ୨୨୮୧୨) ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଛି। ରେଳ ଅଧିକାରୀଙ୍କ କହିବାନୁଯାୟୀ, ଭୋଜୁଡିହ ରେଳ ଷ୍ଟେସନ ନିକଟ ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ରେଳ ଧାରଣା ଏବଂ ଫାଟକ ମଝିରେ ଫସି ରହିଥିଲା। ଠିକ୍‌ ଏହି ସମୟରେ ସେହି ରେଳ ପଥରେ ଆସିଥିଲା ରାଜଧାନୀ ଏକ୍ସପ୍ରେସ। କିନ୍ତୁ ଲୋକୋପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମାତ୍ର ଲୋକୋପାଇଲଟ୍‌ ଉଚିତ ସମୟରେ ବ୍ରେକ୍‌ ଲଗାଇଥିଲେ ଓ ଟ୍ରେନ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଟ୍ରାକ୍ଟରକୁ ଜବତ କରାଯାଇଛି ଓ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଛି। ଏଥିସହ ଗେଟ୍ ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳୁଛି|

Breaking News