ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବାଡି ମୁଙ୍ଗାଭାଲି ଗ୍ରାମରେ ଏକ ୩ ବର୍ଷର ଶିଶୁ କନ୍ୟା ଗଭୀର ବୋରୱେଲରେ ପଡ଼ିଯାଇଛି | ଗାଁର ଲୋକମାନେ କହିଥିଲେ ଯେ, ଖେଳୁଥିବା ସମୟରେ ଏହି ଘଟଣା ଘଟିଥିଲା। ଘଟଣା ଜଣା ପଡିବା ମାତ୍ରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଏଥିସହ ଗ୍ରାମବାସୀ ତୁରନ୍ତ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଥିଲେ | ଖବର ପାଇ ସଙ୍ଗେସଙ୍ଗେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସେହୋର ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି ଏବଂ ଅଢ଼େଇ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅଧିକାରୀମାନେ ମଧ୍ୟ ଉକ୍ତ ପ୍ରସଙ୍ଗରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……