Report Card Odisha

| Daily Odia News

ଆଜି ଓଡ଼ିଶା ଆସିବ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍‌….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପାଇଁ ସମଗ୍ର ଦେଶ ଗସ୍ତ କରୁଥିବା କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ ଆଜି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିବେ। ଭୁବନେଶ୍ୱରରର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକ ଚାଲିଥିବା ବେଳେ ଆସନ୍ତାକାଲି ଏହି ବୈଠକରେ ଯୋଗଦେବେ ଟିମ୍‌ ସଦସ୍ୟ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ ଆଜି କୋଲକତାରେ ଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ଏହାପରେ ଏହି ଟିମ୍‌ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ । ଆସନ୍ତାକାଲି ଖାରବେଳ ଭବନରେ ଜିଲ୍ଲାପାଳଙ୍କ ସହ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିବେ। ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍‌ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବି ଯୋଗଦେବ। ଆସନ୍ତାକାଲି ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ | ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସେନସିଟିଭ ବୁଥ୍‌ ଉପରେ ଆଲୋଚନା ହେବ । ଏହି ବୈଠକରେ ପ୍ରତି ଜିଲ୍ଲାପାଳଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବ ଟିମ୍‌  |

Breaking News