ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୧୭ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱତନ୍ତ୍ରରେ ୧.୪୨ ଲକ୍ଷ ଘର ହିତାଧିକାରୀଙ୍କୁ ମିଳିବ। ଏନେଇ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହେବ। ସବୁ ପଞ୍ଚାୟତ ଅଫିସରେ ହିତାଧିକାରୀଙ୍କ ତାଲିକା ଲାଗିବ। ଏହି ଯୋଗ୍ୟ ତାଲିକା ୧୬ରୁ ୨୪ ତାରିଖ ଯାଏଁ ପ୍ରଦର୍ଶିତ ହେବ। ପ୍ରାୟ ୯ ଲକ୍ଷରୁ ଅଧିକ ଲକ୍ଷ ଲୋକଙ୍କୁ ମିଳିବ ଘର। ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ କାହାର ଅଭିଯୋଗ ଥିବ ତାହାହେଲେ ଜାନୁଆରୀ ୨୪ ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..