ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨ ବର୍ଷ ହେବ ମହାମାରୀ କରୋନା ପାଇଁ ଶିକ୍ଷା ପ୍ରଭାବିତ ହୋଇଛି | ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ପୁଣି ଖୋଲିବ। ସ୍କୁଲ ଖୋଲିବା ନିଷ୍ପତ୍ତି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଛାଡ଼ିଛନ୍ତି। ସ୍କୁଲ ଖୋଲିବା ପାଇଁ ଏସ୍ଓପି ମଧ୍ୟ ଜାରି କରିଛନ୍ତି କେନ୍ଦ୍ର ସରକାର | ଆଜି ଜାରି କରିଥିବା ସଂଶୋଧିକ ଗାଇଡଲାଇନ ଓ କୋଭିଡ ପ୍ରୋଟକଲ ଉଭୟ ସ୍କୁଲ ଏବଂ କଲେଜ ଖୋଲିବା ବେଳେ ଲାଗୁ ହେବ। ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍କୁ ଛାଡ଼ିବା ଲାଗି ପିତାମାତା ବା ଅଭିଭାବକମାନଙ୍କ ସମ୍ମତି ଆବଶ୍ୟକ କି ନାହିଁ, ତାହା ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଗତବର୍ଷ ଅକ୍ଟୋବର ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ, ସ୍କୁଲ୍ ଆସିବାକୁ ଇଚ୍ଛୁକ ଶିକ୍ଷାର୍ଥୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରିଥିଲେ। ଏବେ ଏଥିରେ ସଂଶୋଧନ କରାଯାଇଛି।
୧-ସ୍କୁଲ ଖୋଲିବା ପୂର୍ବରୁ ଉପଯୁକ୍ତ ସଫେଇ ଓ ସାନିଟାଇଜେସନର ବ୍ୟବସ୍ଥା ହେବ।
୨- ସିଟିଂ ଆରଜେମେଣ୍ଟ ବେଳେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ।
୩-ଷ୍ଟାଫ ରୁମ, ଅଫିସ ଅଞ୍ଚଳ, ପ୍ରାର୍ଥନା ଗୃହ ଓ ଅନ୍ୟ ସ୍ଥାନଗୁଡ଼ିକରେ ସବୁବେଳେ ସାମାଜିକ ଦୂରତା ନିୟମ ପାଳନ କରାଯିବ।
୪-ବିଭିନ୍ନ କ୍ଲାସର ଟାଇମକୁ ମଧ୍ୟ ଆବଶ୍ୟକ ଅନୁଯାୟୀ ହ୍ରାସ କିମ୍ବା ବଦଳା ଯାଇପାରିବ।
୫-ସାମାଜିକ ଦୂରତା ନିୟମ ଲାଗୁ ହୋଇ ପାରୁନଥିବା କୌଣସି କାର୍ଯ୍ୟକ୍ରମ ସ୍କୁଲରେ ହେବନି।
୬-କ୍ରୀଡ଼ା ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତି ରାଜ୍ୟ ସରକାର ନେବେ।
୭-ସ୍କୁଲକୁ ପିଲା ଓ ଶିକ୍ଷକମାନେ ମାସ୍କ ପିନ୍ଧି ଆସିବେ।
୮-ମଧ୍ୟାହ୍ନ ଭୋଜନ ପ୍ରଦାନ ବେଳେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
୯- ବହୁବିଧି ରୋଗରେ ଆକ୍ରାନ୍ତ ପିଲାଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।
୧୦-କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଞ୍ଚଳରୁ ବସ୍ ଡ୍ରାଇଭର କିମ୍ବା ପିଲା ଆସିପାରିବେ ନାହିଁ।
୧୧-ସାମାଜିକ ଦୂରତା ବଦଳରେ ଶାରିରୀକ ଦୂରତା ଶବ୍ଦର ବ୍ୟବହାର କରାଯିବ।
୧୨-ଶାରିରୀକ ଦୂରତା ପାଇଁ ସ୍କୁଲରେ ମାର୍କିଂ ବ୍ୟବସ୍ଥା ହେବ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……