ରିପୋର୍ଟ କାର୍ଡ / ଭୁବନେଶ୍ୱର
୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଆଜି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଦ୍ଵିତୀୟଥର ପାଇଁ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି। କେନ୍ଦୁଝରରେ ଷ୍ଟାଡିୟମ ପାଇଁ ପୂର୍ବରୁ ବହୁଥର ପ୍ରସ୍ତାବ ଦେଇଥିଲି। ଏବେ କିନ୍ତୁ କେନ୍ଦୁଝରରେ ଷ୍ଟାଡିୟମ ହେଲା ବୋଲି ଜାଣନ୍ତୁ। ଏ ନେଇ ଜିଲ୍ଲାପାଳ ଓ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ରାଙ୍କି ଷ୍ଟାଡିୟମର ମଧ୍ୟ ପୁନରୁଦ୍ଧାର ହେବ । ଏହାକୁ ଆହୁରି ବ୍ୟବସ୍ଥିତ କରାଯିବ। ଜାତୀୟସ୍ତରର ବଡ ଷ୍ଟାଡିୟମ୍ କରିବାକୁ ଯୋଜନା ରହିଛି । ସବୁ ଜିଲ୍ଲା ହେଡକ୍ଵାର୍ଟରରେ ଷ୍ଟାଡିୟମ ଓ ପ୍ରତି ପଞ୍ଚାୟତରେ ମିନି ଷ୍ଟାଡିୟମ ପାଇଁ ଯୋଜନା କରାଯାଇଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……